ଭୁବନେଶ୍ୱର, ୨୦ ଜାନୁଆରୀ : ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ଓ ନିରବଚ୍ଛିନ୍ନ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ ଓଡ଼ିଶା ଶାଖା ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି ।
ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ୍ ଓଡ଼ିଶା ଶାଖାର ଅଧ୍ୟକ୍ଷ, ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଓ ଉପାଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ, ପ୍ରଫେସର ନାୟକଙ୍କୁ ସୋମବାର ସାକ୍ଷାତ କରି ଏହି ସମ୍ମାନ ପଦାନ କରିଛନ୍ତି ।
ଏହି ଅବସରରେ ଇଂ ତ୍ରିପାଠୀ ପ୍ରଫେସର ନାୟକଙ୍କୁ ଏକ ସଫଳ ଓ ବଳିଷ୍ଠ ଉଦ୍ୟୋଗୀ ଭାବେ ଉଚ୍ଚ ପ୍ରଶଂସା କରିବା ସହ ଓ ସେ ଭବିଷ୍ୟତରେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ଏଭଳି ନିଃସ୍ୱାର୍ଥ ସେବା ଜାରୀ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ପ୍ରଫେସର ନାୟକ ମଧ୍ୟ ଇଣ୍ଡିଆନ୍ ବିଲ୍ଡି କଂଗ୍ରେସ୍ ଓଡ଼ିଶା ଶାଖାକୁ ସୋଆ ପକ୍ଷରୁ ଭବିଷ୍ୟତରେ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ।
ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ସୋଆ । ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଫ୍ୟାକଲ୍ଟି ଅଫ୍ ଲ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍ସେସ୍ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗରେ ଯଥାକ୍ରମେ ୨୬, ୨୧ ଏବଂ ୯ମ ସ୍ଥାନ ହାସଲ କରିଛି ।
ସୋଆ ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଭୁବନେଶ୍ୱର, ଫୁଲନଖରା, ଶୀତଳାପଲ୍ଲୀ ହସ୍ପିଟାଲ୍ ସମେତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଛି ।