ଆହୁରି ବଢିବ ଶୀତ!

ହଠାତ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଉତ୍ତର ଦିଗରୁ କାଲୁଆ ପବନ ପ୍ରବାହ ବଢ଼ିବ । ରାତି ସାରା ଲୋକମାନେ ନିଆଁ ପାଖେ ବସି ସେକି ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ କାଶ୍ମୀର ଭଳି ସ୍ଥିତି। ଚାରିଆଡ଼େ ଆଛାଦିତ କରିଛି ତୁଷାର ଚାଦର। ବାହାରେ ଥୁଆ ହୋଇଥିବା ମୋଟର ସାଇକେଲ୍‌ର ସିଟ୍ ହେଉ କି ଗାଡ଼ିର ବନେଟ୍, ସବୁଠି ବରଫର ସରୁ ଆସ୍ତରଣ ସ୍ପଷ୍ଟ ଧରା ପଡିଯାଉଛି।

ଗତ ରାତିରେ ଏଠିକାର ପାରଦ ୫ଡିଗ୍ରୀ ତଳକୁ ଖସି ଯାଇଥିଲା ଲୋକେ ସନ୍ଧ୍ୟା ପରେ ଘରୁ ବାହାରି ପାରୁ ନାହାନ୍ତି। ସେମିତି ଫୁଲବାଣୀରେ ହଠାତ୍ ଦୁଇ ଦିନ ହେଲା ୪ଡିଗ୍ରୀ ତଳକୁ ଖସି ଯାଇଛି ତାପମାତ୍ରା। ଆଜି ସକାଳେ ୮ଡିଗ୍ରୀ ଥିଲା ହାଡ଼ଭଙ୍ଗା ଶୀତ ଯାହା ତ କଲବଲ କରୁଛି। ତାସାଙ୍ଗକୁ ମୁହଁକୁ ମୁହଁ ଦିଶୁନଥିବା କୁହୁଡ଼ି ଜନଜୀବନକୁ ବେଶୀ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୨୦ଟି ସହରରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳେ ଥିଲା। ଝାରସୁରୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ଟେମ୍ପରେଚର ରେକର୍ଡ ହୋଇଥିଲା। ସେହିପରି ଜି.ଉଦୟଗିରିରେ ୭, ଭୁବନେଶ୍ୱରରେ ୧୧.୫ ଓ କଟକରେ ୧୧ ଡିଗ୍ରୀ ରେକର୍ଡ ହୋଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଦିଆଯାଇଛି ୟେଲୋ ଓ୍ବାର୍ଣ୍ଣିଂ। ସେହିପରି ୯ ତାରିଖ ସକାଳ ପାଇଁ ଏସବୁ ସ୍ଥାନ ସହ ସମ୍ବଲପୁର, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ବି ଜାରି ହୋଇଛି ସତର୍କ ସୂଚନା। ସେପଟେ ଅସହ୍ୟ ଥଣ୍ଡାରେ ଥରୁଛି ଉତ୍ତର ଓ କେନ୍ଦ୍ର ଭାରତ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ ରେକର୍ଡ ହୋଇଛି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଂଜାବ ଆଦି ରାଜ୍ୟରେ ବି ଅସହ୍ୟ ଶୀତ ଅନୁଭୁତ ହେଉଛି।