ଆଜି ପୌର ନିର୍ବାଚନ ପ୍ରଚାର ର ଶେଷ ସନ୍ଧ୍ୟା

ଆଜି ପୌର ନିର୍ବାଚନ ପ୍ରଚାର ର ଶେଷ ସନ୍ଧ୍ୟା I ତେଣୁ ଆଜି ସମସ୍ତ ପୌରାଞ୍ଚଳ ଗୁଡିକରେ ନିର୍ବାଚନ ପ୍ରଚାର ଜୋର ଧରିଛି ଇସେହିଭଳି ରାଜଧାନୀ ର ରାଜରାସ୍ତା ପ୍ରଚାର ରାଲି ଓ ବାଇକ ରାଲିରେ ମୈଦାନ କମ୍ପି ଥିଲା I ଏହା ପରେ ପୌର ଭୋଟ୍ ହାତେଇବା ପାଇଁ ନେତା ଓ ପ୍ରାର୍ଥୀ ଡୋର ଡ଼ୁ ଡୋର୍ କ୍ୟାମ୍ପେନ କରୁଛନ୍ତି । କେମିତି ଲୋକଙ୍କ ପାଖରେ ପହଞ୍ଚିବେ ସେନେଇ ପ୍ରାର୍ଥୀ ଚେଷ୍ଟା ଚଳାଇଛନ୍ତି । ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ମିଠା କଥା କହି ମନାଉଛନ୍ତି ।
ଆସନ୍ତା ୨୪ ତାରିଖ ଗୁରୁବାର ଦିନ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଭୁବନେଶ୍ୱରରେ ମେୟର ପଦବୀ ପାଇଁ ଲଢୁଛନ୍ତି ୧୨ ଜଣ ପ୍ରାର୍ଥୀ । କିନ୍ତୁ ମଇଦାନରେ ପ୍ରକୃତ ଲଢେଇ ହେଉଛି ୩ ଦଳର ମେୟର ପ୍ରାର୍ଥୀଙ୍କ ଭିତରେ I ୩ ଦଳର ନଜରରେ ଅଛନ୍ତି ଭୁବନେଶ୍ୱରର ବସ୍ତି ବାସିନ୍ଦା I
ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ପୌର ନିର୍ବାଚନରେ ମୋଟ ୫୬୯ଜଣ ପ୍ରାର୍ଥୀ ମେୟର ଓ ଅଧ୍ୟକ୍ଷ ପଦବୀ ଏବଂ ୫୮୪୨ଜଣ ପ୍ରାର୍ଥୀ କର୍ପୋରେଟର/କାଉନସିଲର ପଦବୀ ନିମନ୍ତେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ।ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ପୌରାଂଚଳରେ ୩ଟି ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ତେଣୁ ଏସବୁ ଆସନ ବ୍ୟତୀତ ବାକି ଆସନଗୁଡ଼ିକରେ ମତଦାନ ହେବ ।