ଅର୍ଥମନ୍ତ୍ରୀଙ୍କ ନୂଆ ପ୍ଲାନ-କମିଯିବ କି ପେଟ୍ରୋଲ-ଡିଜେଲ ଦର ?

ପେଟ୍ରୋଲ-ଡିଜେଲ୍ ର ବଢୁଥିବା ଦରରୁ ଟେନସନ୍ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଖବର । ପେଟ୍ରୋଲ ଡିଜେଲର ମହଙ୍ଗା ମାଡ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍ ରେ ପଡୁଛି । ସମସ୍ତେ ନିଜର ଦୈନନ୍ଦିନ ଜୀବନରେ ଏହି ଦରଦାମକୁ ନେଇ ପ୍ରବଳ କଷ୍ଟ ପାଉଛନ୍ତି । ତେଣୁ ଏବେ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିବ । କାରଣ ଅର୍ଥମନ୍ତ୍ରୀଙ୍କର ଏକ ବଡ ବୟାନ ବର୍ତ୍ତମାନ ସାମ୍ନାକୁ ଆସିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି-ସରକାର ଏବେ ପ୍ରତି ୧୫ ଦିନରେ କଂଚା ତେଲ,ଡିଜେଲ-ପେଟ୍ରୋଲ ଓ ବିମାନ ଇନ୍ଧନ ଆଦିରେ ଲଗାଯାଉଥିବା ଟ୍ୟାକ୍ସ ଉପରେ ସମୀକ୍ଷା କରିବେ । ପ୍ରକୃତରେ ଅନ୍ତରାଷ୍ଟ୍ରିୟ ଦରଦାମକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ କର ବା ଟ୍ୟାକ୍ସ ଉପରେ ସମୀକ୍ଷା କରାଯିବ ।

କେବଳ ସେତିକି ନୁହେଁ ଘରୋଇ ସ୍ତରରେ କେମିତି ଏହାର ଉତ୍ପାଦନ ହେବ ସେ ନେଇ ଯୋଜନା ଚାଲିଛି । କିନ୍ତୁ ପ୍ରକୃତରେ ଦରଦାମ କମିବାର କଥା କେବେ ସଫଳ ହେବ । ଯଦି ବିଶ୍ୱସ୍ତରରେ ଯୁଦ୍ଧକାଳିନ ସ୍ଥିତି ଦେଖାଦିଏ । ସେତେବେଳେ ଦରଦାମରେ ଉପରମୁହାଁ ହୁଏ ତେଲ । କିନ୍ତୁ ଏହାର ନିୟନ୍ତ୍ରଣ ଓ କୁପ୍ରଭାବ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଯାହା ନିଷ୍ପତ୍ତି ନେଉଛନ୍ତି ସେ ଉପରେ ହୁଏତ ଆଗାମୀ ଦିନରେ କିଛିଟା ପରିବର୍ତ୍ତନ ଦେଖାଦେବ । ଅନ୍ୟପଟରେ ସରକାରଙ୍କ କଥାକୁ ଯଦି କିଛି ରିପୋର୍ଟ ଅନୁସାରେ କଳନା କରିବା ତାହାଲେ ଆମେ ଜୁନ୍ ଜୁଲାଇ ମାସକୁ ବି ଉଦାହରଣ ହିସାବରେ ନେଇ କଳ୍ପନା କରିପାରିବା । ବିଶ୍ବ ବଜାରରେ ଦିନକୁ ଦିନ ଶସ୍ତା ହେବାରେ ଲାଗିଛି ଅଶୋଧିତ ତେଲ। ଏକଦା ଜୁନ୍‌ ୮ରେ ବ୍ୟାରେଲ ପିଛା ୧୨୩.୫୮ ଡଲାର ରହିଥିବା ଅଶୋଧିତ ତୈଳ ଏବେ ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଥିଲେ ସୁଦ୍ଧା ଖୁଚୁରା ବଜାରରେ କମୁନି ପେଟ୍ରୋଲ ଏବଂ ଡିଜେଲ ଦର। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଫଳରେ ସରକାରଙ୍କ ରାଜସ୍ବ ଆୟ ଢ଼େର ବଢ଼ିଯାଇଛି। ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ହେଉନାହିଁ। ସାରା ବିଶ୍ବରେ ମାନ୍ଦାବସ୍ଥା ଯୋଗୁ ଚାହିଦାରେ ହ୍ରାସ ଫଳରେ ବଜାରରେ ଅଶୋଧିତ ତେଲ ଦରରେ କ୍ରମଶଃ ହ୍ରାସ ଧାରା ଜାରି ରହିଛି।