୩ ଦିନ ପାଇଁ ‘ରାଜଧାନୀରେ ଲକଡାଉନ୍’ !

ନୂଆଦିଲ୍ଲୀ: ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ପାଇଁ ୮-୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ‘ଲକଡାଉନ୍’ ଭଳି ନିୟମ ଲାଗୁ କରାଯାଇଛି । ବିଦ୍ୟାଳୟ, କଲେଜ, ବେସରକାରୀ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରାସ୍ତା ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଛି, ତେଣୁ କେତେକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ରହିବ ।

ବସ୍ ରୁଟରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ଅଞ୍ଚଳରେ କେବଳ ମେଡିକାଲ ଜରୁରୀକାଳୀନ ତଥା ଅନ୍ୟାନ୍ୟ ଜରୁରୀ ସେବା ସହ ଜଡିତ ଯାନବାହନ ଚଳାଚଳ କରିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦ ଭଳି ଏନସିଆରର ଅନ୍ୟାନ୍ୟ ସହରର ଲୋକଙ୍କର ମଧ୍ୟ ଏହି ‘ଲକଡାଉନ୍’ ବିଷୟରେ ଅନେକ ପ୍ରଶ୍ନ ରହିଛି । ଯଦି ଆପଣ ମଧ୍ୟ ଏହି ସହରଗୁଡିକରେ ରୁହନ୍ତି, ତେବେ ଜାଣିବାକୁ ଚାହାଁନ୍ତି କି କେଉଁ ପ୍ରତିବନ୍ଧକ ଆପଣଙ୍କୁ ପ୍ରଭାବିତ କରିବ । ଆସନ୍ତୁ ଜାଣିବା…

ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଖୋଲା ଅଛି କି?
କେବଳ ଦିଲ୍ଲୀରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ନୋଏଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦରେ ଥିବା ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା କୌଣସି ଆଦେଶ ଦିଆଯାଇନାହିଁ । ଯଦି ଆପଣ ଏହି ସହରଗୁଡିକରେ ରୁହନ୍ତି ଏବଂ ଆପଣଙ୍କ ପିଲା ଦିଲ୍ଲୀର ଏକ ବିଦ୍ୟାଳୟରେ ପାଠ ପଢ଼ୁଥାନ୍ତ, ତେବେ ନିଶ୍ଚିତ ଭାବରେ ସେ ଛୁଟି ପାଇବେ । ଦିଲ୍ଲୀ ବ୍ୟତୀତ ଅନ୍ୟ ସହରରେ ୮ ଓ ୯ ସେପ୍ଟେମ୍ବରରେ ବିଦ୍ୟାଳୟଗୁଡ଼ିକ ଖୋଲା ରହିବ । ୧୦ ହେଉଛି ରବିବାର ।

ଅଫିସ୍ ଯାତ୍ରୀମାନଙ୍କ ପାଇଁ ଏହାର ପ୍ରଭାବ :-
ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏନସିଆରର ଅନ୍ୟ ସହରରୁ ଦିଲ୍ଲୀକୁ କାମ କରିବାକୁ ଆସନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କ ଚାକିରି କିମ୍ବା କାର୍ଯ୍ୟ ସଂପର୍କରେ ଦିଲ୍ଲୀ ଯାଆନ୍ତି, ତେବେ ଆପଣ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ତାହା କରିପାରିବେ ନାହିଁ । ରାଜ୍ୟ ଏବଂ କେନ୍ଦ୍ର ସରକାର ସେମାନଙ୍କର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ଘରୋଇ ସଂସ୍ଥା ମଧ୍ୟ ବନ୍ଦ ରହିବ । କେତେକ ଘରୋଇ କମ୍ପାନୀ ୱାର୍କ ଫର୍ମ ହୋମ ମଡେଲରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଆପଣଙ୍କର କାର୍ଯ୍ୟାଳୟ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ କିମ୍ବା ଫରିଦାବାଦରେ ଅଛି ତେବେ ଏହି ପ୍ରତିବନ୍ଧକ ଆପଣଙ୍କୁ ପ୍ରଭାବିତ କରିବ ନାହିଁ ।

ଆପଣ ବୁଲିବାକୁ ଯାଇପାରିବେ କି?
ସେପ୍େଟମ୍ବରର ପ୍ରଥମ ସପ୍ତାହ ଶେଷରେ ଯଦି ଆପଣ ଦିଲ୍ଲୀ ପରିଦର୍ଶନ କରିବାକୁ ଯୋଜନା କରିଛନ୍ତି, ତେବେ ଏହାକୁ ପରିବର୍ତ୍ତନ କରନ୍ତୁ । ଦିଲ୍ଲୀର ଅଧିକାଂଶ ପର୍ଯ୍ୟଟନ ସ୍ଥାନ ସାଧାରଣ ଲୋକଙ୍କ ପାଇଁ ୮-୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ । ଯଦି ଆପଣ ମଧ୍ୟ ଜଣେ ପରିଚିତଙ୍କୁ ଦେଖା କରିବାକୁ ଚାହାଁନ୍ତି, ତେବେ ସେହି ତିନି ଦିନ ବ୍ୟତୀତ ଅନ୍ୟ ଦିନରେ ଯାଆନ୍ତୁ, କାରଣ ଅନେକ ରାସ୍ତା ବନ୍ଦ ରହିବ ଏବଂ ସାଧାରଣ ପରିବହନ ଉପରେ ଅନେକ ପ୍ରତିବନ୍ଧକ ରହିଛି ।

ଦିଲ୍ଲୀ ପରି ବଜାର ବନ୍ଦ ରହିବ କି?
୮-୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ମାର୍କେଟ ବନ୍ଦ ରହିବ । କିନ୍ତୁ ନିକଟସ୍ଥ ଅନ୍ୟ ସହରଗୁଡ଼ିକର ବଜାର ସବୁଦିନ ଭଳି ଖୋଲା ରହିବ । ଯଦି ଆପଣ ନୋଏଡା, ଗାଜିଆବାଦ, ଫରିଦାବାଦ କିମ୍ବା ଗୁରୁଗ୍ରାମରେ ରୁହନ୍ତି, ତେବେ ୮-୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଆପଣ ସାଧାରଣ ଦିନ ପରି ନିଜ ବ୍ୟବସାୟକୁ ଯାଇପାରିବେ କିମ୍ବା ଯାହା ଚାହିଁବେ କିଣିପାରିବେ । ଯଦି ଆବଶ୍ୟକ ନହୁଏ ତେବେ ଦିଲ୍ଲୀ ଯାଆନ୍ତୁ ନାହିଁ ।

NATIONAL