ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି

ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି; ଏଣିକି ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପୀ ରହିବ ବୈଧତା

ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ସ୍କୁଲ ଶିକ୍ଷକ ପଦବୀ ପାଇଁ ଆବେଦନ କରୁଥିବା ଆଶାୟୀଙ୍କୁ ବଡ ଆଶ୍ୱସ୍ତି । ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (OTET) ପାସ୍ ସାର୍ଟିଫିକେଟର ବୈଧତା ବୃଦ୍ଧି କରିଛନ୍ତି । ପୂର୍ବରୁ ଓଟିଇଟି ପାସ୍ ସାର୍ଟିଫିକେଟର ବୈଧତା ୭ ବର୍ଷ ରହିଥିବା ବେଳେ ଏବେ ଏହାର ବୈଧତା ଜୀବନବ୍ୟାପୀ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଣିକି ଥରେ OTET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯେବେ ବି ଶିକ୍ଷକ ନିଯୁକ୍ତି ବାହାରିବ ସେମାନେ ଆବେଦନ କରି ପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସଂଖ୍ୟାଧିକ ଶିକ୍ଷକ ଆଶାୟୀ ସୁଫଳ ପାଇବେ ବୋଲି ମତ ପ୍ରକାଶ ପାଇଛି।