ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ବାହାରେ ଉତ୍ତେଜନା: ପୋଲିସର ଲାଠିଚାର୍ଜ

ଆସନ୍ତା କାଲି ପୌର ନିର୍ବାଚନ ର ଭୋଟ ଗଣତି। ଏହା ପୂର୍ବରୁ କିଛି କର୍ମୀ କାରସାଦି କରିବା ଅଭିଯୋଗ ଆସିଛି I ଏହାକୁ ନେଇ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍‌ ଉତ୍ତେଜନା ଦେଖାଦେଇଛି । ଜନୈକ ଯୁବକ ଷ୍ଟ୍ରଙ୍ଗରୁମ୍‌ ଭିତରେ ପଶିଥିବା ଅଭିଯୋଗ କଲେ ସ୍ଥାନୀୟ ଲୋକେ। ସେହି ସମୟ ମଧ୍ୟରେ ୪ ମିନିଟ ପାଇଁ ସିସିଟିଭି କ୍ୟାମେରା ମଧ୍ୟ ବନ୍ଦ ହୋଇଯାଇଥିବା ର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ I ସମ୍ପୃକ୍ତ ଯୁବକ ଜଣକ ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି। ତେବେ ଲୋକଙ୍କ ଆ ଆକ୍ରମଣରେ ସଂପୃକ୍ତ ଯୁବକ ଗୁରୁତର ହୋଇ ହସ୍ପିଟାଲ କୁ ନିଆଯାଇଛି । ପୁଲିସ୍ ଅଟକାଇବାରୁ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଛି। ଏହି ସମୟ ରେ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଶତାଧିକ ଲୋକ ପହଞ୍ଚି ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ କମିଶନରେଟ୍‌ ପୁଲିସ ସେଠାରେ ପହଞ୍ଚି ମୃଦୁ ଲାଠି ଚାର୍ଜ କରିବା ସହିତ ସ୍ଥିତି ଆୟତ୍ତ କୁ ଆଣିଛି I