ଭାରତ ଯୋଡ଼ୋ ଯାତ୍ରା’କୁ ପ୍ରଶଂସା : ପ୍ରଶାନ୍ତ କିଶୋର

ରାଜନୈତିକ ରଣନୀତିକାରରୁ କାର୍ଯ୍ୟକର୍ତ୍ତା ବନିଥିବା ପ୍ରଶାନ୍ତ କିଶୋର ଶନିବାର ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ ଅନିଚ୍ଛାକୃତ ଭାବେ ପ୍ରଶଂସା କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ଛବି ସାଥିରେ ଧରି ନିଜ ରାଜ୍ୟ ବିହାରରେ ‘ଜନ ସୁରାଜ’ ପଦଯାତ୍ରା କରୁଥିବା କିଶୋରଙ୍କୁ ସାମ୍ବାଦିକମାନେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବିଷୟରେ ପଚାରିଥିଲେ।

ସେ କ’ଣ ରାହୁଲଙ୍କ ଯାତ୍ରା ସହ ସମାନ୍ତରାଳ ଯାତ୍ରା କରୁଛନ୍ତି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କିଶୋର କହିଥିଲେ, ସେମାନେ ବଡ଼ଲୋକ (ବଡ଼େ ଲୋଗ ହୈଂ), ତାଙ୍କ ଆଗରେ ଆମେ ତୁଚ୍ଛ ମଣିଷ।

କଂଗ୍ରେସରେ ଯୋଗ ଦେବା ପାଇଁ ଶୀର୍ଷ ନେତୃତ୍ବ ସହ କଥାବାର୍ତ୍ତା କରି ବିଫଳ ହୋଇଥିବା କିଶୋର କହିଥିଲେ – ରାହୁଲ ଗାନ୍ଧି ୩,୫୦୦ କିମି ଯାତ୍ରା କରୁଛନ୍ତି। ମୋ ପାଇଁ କିଲୋମିଟର କିଛି ମାନେ ରଖେନା। ମୁଁ ଅକ୍ଟୋବରରୁ ନିରବଚ୍ଛିନ୍ନ ଭାବେ ଯାତ୍ରା କରୁଛି। କିନ୍ତୁ ମୁଁ ଶାରୀରିକ ଫିଟ୍‌ନେସ୍‌କୁ ନେଇ ପ୍ରମାଣ ଦେଖାଉ ନାହିଁ ବୋଲି କହିଥିଲେ କିଶୋର।