ବିଜେପି ଭାବନାରୁ ଦୁଇ କଦମ ଆଗରେ ବିଜେଡି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ ରାଜ୍ୟ ବିଜେପିର ରଣନୀତିରେ କିଛି ନୂତନତ୍ୱ ନାହିଁ ବି କିଛି ବଡ କଥା ନୁହେଁ ବୋଲି କହି ବିଜେଡି ବିଧାୟକ ନିଜ ଦଳର ରଣନୀତି ବାବଦରେ ଉଲ୍ଲେଖ କରିଛନ୍ତି।ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେପି ଏବେ ଗାଁକୁ ଯିବା କଥା ଚିନ୍ତା କରୁଛି। କିନ୍ତୁ ବିଜେଡି କ୍ଷମତାରେ ରହିବାଠୁ ଲୋକଙ୍କ ସହ ରହିଛି।

ଯାହା ପାଞ୍ଚ ପାଞ୍ଚ ଥର ନିର୍ବାଚନରେ ପ୍ରତିଫଳିତ ହୋଇଛି। ଆଗାମୀ ଦିନରେ ମଧ୍ୟ ସମାନ ସଫଳତା ଦଳକୁ ମିଳିବ ବୋଲି ଏହି ବରିଷ୍ଠ ବିଧାୟକ କହିଛନ୍ତି। ଯିଏ ଯେଉଁ ରଣନୀତି କଲେ କି ଯେତେ ଅଙ୍କ କଷିଲେ ବି ତାହା ବିଜେଡି ଆଗରେ କାମ କରିବନି ବୋଲି ଦେବୀ ମିଶ୍ର କହିଛନ୍ତି। ମନମୋହନ ସାମଲ କହିଥିଲେ, ଲୋକଙ୍କ ସହ ଯୋଡି ହେବାକୁ କେନ୍ଦ୍ର ବିଜେପି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ନିଜ ଅଞ୍ଚଳ ଏବଂ ଏହାର ଆଖପାଖ ପଞ୍ଚାୟତ ଯିବାକୁ କେନ୍ଦ୍ରୀୟ ନେତୃତ୍ୱ ଟାସ୍କ ଦେଇଛନ୍ତି ବୋଲି କହିଛନ୍ତି। ଏବେ ସୁଦ୍ଧା ୧୨ ଶହ ପାଖାପାଖି ପଞ୍ଚାୟତ ଗସ୍ତ କରିଛନ୍ତି ରାଜ୍ୟ ବିଜେପିର ନେତାମାନେ।

ବାକି ୫୦୦୦ ପଞ୍ଚାୟତ ଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ ଢ ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଲୋକେ ଚାହୁଁଛନ୍ତି ଓଡିଶାରେ ବିଜେପି ସରକାର ହେଉ, ଡବଲ ଇଂଜିନର ସରକାର ଲୋକେ ଚାହୁଁଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ଘରକୁ ଘର ବୋଲି ଲୋକଙ୍କ ସହ ଯୋଡ଼ିହେବାକୁ ପ୍ରୟାସ କରୁଛି। ଏବେ ଦେଖିବାକୁ ବାକି ରହିଲା ସାଧାରଣ ନିର୍ବାଚନରେ କିଏ କେତେ ଭୋଟ୍ ପାଉଛି।