ରାଜ୍ୟର ୨୨୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ ହେବା ଖବର ସାମ୍ନାକୁ ଆସିଛି । ଏନେଇ ନିଜେ ଉଚ୍ଚଶିକ୍ଷା ବିଭାଗ ଏମାନଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ ପାଇଁ ମୁଖ୍ୟ କିରାଣି, କିରାଣି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ପ୍ରିନ୍ସିପାଲମାନେ କଲେଜ ଦାୟିତ୍ୱ ସଠିକ୍ ଭାବେ ପରିଚାଳନା କରୁନାହାନ୍ତି । ସେମାନଙ୍କ କର୍ତ୍ତବ୍ୟ ଅବହେଳା ଯୋଗୁଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ବ୍ୟତୀତ ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ମଧ୍ୟ ଉତ୍ତର ଦେଉନାହାନ୍ତି । ଦରମା ବନ୍ଦ ଘୋଷଣା ନେଇ କଲେଜର ପ୍ରିନ୍ସିପାଲମାନେ ଚିନ୍ତାଗ୍ରସ୍ତ ହୋଇଛନ୍ତି