ପ୍ରଚାର ବେଳେ ଭୋଟର ଙ୍କୁ ନେତାଙ୍କ ଧମକ : ଭୋଟ୍‌ ନ ଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ବନ୍ଦ

ପଂଚାୟତ ନିର୍ବଚନ ଯେତେ ପାଖେଇ ଆସୁଛି ଗାଁ ଦାଣ୍ଡରେ ନେତା ମାନଙ୍କ ଦଳୀୟ ପ୍ରଚାର ସେତେ ଅଧିକ ବଢି ଚାଲିଛି I ନେତାମାନେ କହୁନଥି ପ୍ରତିଶୃତି ର ବର୍ଷା କଲେଣି ତ କାହା ପିଣ୍ଡାରେ ବସି ଖାଇକି ଆସିଲେଣି I ଭୋଟର ମାନଙ୍କ ସଚେତନତା ଯୋଗୁଁ କେଉଁଠି କେଉଁଠି ଗାଁ ଦାଣ୍ଡରେ ନେତା ମାନେ ହଟହଟା ହେଲେଣି I କେଉଁ ସ୍ଥାନରେ ନେତାମାନେ ଭୋଟର ଙ୍କୁ ପ୍ରଲୋଭିତ କରୁଛନ୍ତି ତ କେଉଁଠି ପୁଣି ନାଲିଆଖି ଦେଖାଇ ଧମକାଇଲେଣି I ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବିିଂଝାରପୁର ବ୍ଲକ ଅଳକୁଣ୍ଡ ପଂଚାୟତରେ Iପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭବିଷ୍ୟତରେ ଆଉ ଅଭାବ ଅସୁବିଧା ବିଷୟରେ ଜଣାଇବାକୁ ଆସିବ ନାହିଁ । ପଂଚାୟତ ନିର୍ବାଚନ ପ୍ରଚାର ବେଳେ ବିିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଭୋଟରମାନଙ୍କୁ ଏପରି କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବିିଂଝାରପୁର ବ୍ଲକ ଅଳକୁଣ୍ଡ ପଂଚାୟତରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟିକା ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ ଦିଅନ୍ତି, ତାହେଲେ ଆଗକୁ ବାର୍ଦ୍ଧକ୍ୟ ଭତ୍ତା, ରାସନ କିମ୍ବା ଆବାସ ଯୋଜନାରେ ଘର ନେଇ କହିବ ନାହିଁ ବୋଲି ସେ କହୁଥିବା ଶୁଣିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ, ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ । ନେତାଙ୍କର ଏପରି ଧମକ ସଚେତନ ଭୋଟରଙ୍କ ଉପରେ ଓଲଟା ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି I ରାସନ ,ଆବାସ କଥାକି ଆମକୁ ଭୟଭୀତ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ବିଧାୟିକାଙ୍କ ନିର୍ଦ୍ଦେଶ ମାନିବେ ନାହିଁ ବୋଲି କହିଛନ୍ତି । ରାଜ୍ୟ ନିର୍ବାଚନ କମିସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment