ଥରୁଛି ଓଡିଶା, ଶୀତ ଦିନେ ଥରାଉଛି ବର୍ଷା !

ଶୀତ ଦିନେ ଥରାଉଛି ବର୍ଷା । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ବର୍ଷା ସାଙ୍ଗକୁ କୋହଲା ପାଗ କରୁଛି କଲବଲ । ଗତ ତିନି ଦିନ ହେବ ରାଜ୍ୟରେ ଏମିତି ପାଗ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।

ଉତ୍ତର ଉପକୂଳ ଓଡ଼ିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ଚର୍ଷା ।

ସେପଟେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ବି ଦିନ ଓ ରାତି ତାପମାତ୍ରାରେ ତାରତମ୍ୟ କମ୍ ରହୁଥିବାରୁ ଅନୁଭୂତ ହେଉଛି ଥଣ୍ଡା । ତେବେ ୨୬ରୁ ପାଗ ବଦଳିବା ନେଇ ଆଶା କରାଯାଉଛି ।