ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ରେ ଭାରତ ର ଶାନଦାର ବିଜୟ

ଲଣ୍ଡନର ଦି ଓଭାଲ ଗ୍ରାଉଣ୍ଡ ରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ରେ ଟିମ ଇଣ୍ଡିଆ ର ଶାନଦାର ବିଜୟ ହୋଇଛି I ଇଂଲଣ୍ଡକୁ ନିଜ ମାଟିରେ ପରାସ୍ତ କରିବା ସହିତ ଲିଡ୍ସ ପରାଜୟର ପ୍ରତିଶୋଧ ନେଇଛି ବିରାଟ ବାହିନୀ I ଶେଷ ଦିନରେ ହିଁ ଇଂଲଣ୍ଡର ୧୦ ୱିକେଟ ଝଡ଼ାଇ ଭାରତ ଚଳିତ ସିରିଜ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି। ଚତୁର୍ଥ ଟେଷ୍ଟରେ ଭାରତ ଘରୋଇ ଦଳ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି। ଇଣ୍ଡିଆ ଶେଷ ଥର ପାଇଁ ୧୯୭୧ରେ ଟେଷ୍ଟ ମ୍ୟାଚ୍ ନିଜ ନାମରେ କରିଥିଲା। ୫୦ ବର୍ଷ ପରେ ମିଳିଥିବା ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଭାରତ ଦେଇଥିବା ୩୬୮ ରନ୍‌ର ପିଛା କରୁଥିବା ଇଂଲଣ୍ଡ ଶେଷରେ ୨୧୦ ରନ୍‌ରେ ଅଲଆଉଟ ହୋଇଯାଇଛି।
ଇଂଲଣ୍ଡ ବିପକ୍ଷ ରେ ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ଲର୍ଡସରେ ଭାରତ ଜିତିଥିଲା। କିନ୍ତୁ ତୃତୀୟ ଟେଷ୍ଟରୁ ଇଂଲଣ୍ଡ ବାଜିମାତ କରି ସିରିଜ୍‌କୁ ୧-୧ରେ ବରାବର କରିଦେଇଥିଲା। ଏବେ ଭାରତ ୪ର୍ଥ ମ୍ୟାଚ୍‌କୁ ଜିତି ପୁଣି ୨-୧ରେ ଆଗୁଆ ହୋଇଯାଇଛି।
ଓଭାଲ ଗ୍ରାଉଣ୍ଡ ରେ ୧୯୭୧ରେ ଦଳ ଏକ ମାତ୍ର ବିଜୟ ହାସଲ କରିଥିଲା। ଆଜିର ବିଜୟକୁ ମିଶାଇ ଦଳ ଏହି ଗ୍ରାଉଣ୍ଡରେ ଦ୍ଵିତୀୟ ବିଜୟ ହାସଲ କରିଛି। ଏବେ ୧୦ ତାରିଖରୁ ୫ମ ତଥା ଶେଷ ଟେଷ୍ଟ ଆରମ୍ଭ ହେବ।

Comments (0)
Add Comment